Tuesday, October 29, 2013

ନରେନ୍ଦ୍ର ମୋଦୀ ଓ ରାହୁଳ ଗାନ୍ଧି : ଏକ ତୁଳନାତ୍ମକ ଅଧ୍ୟୟନ

ନରେନ୍ଦ୍ର ମୋଦିଂକ ବିବାଦ ସହିତ ଖୁବ୍ ଘନିଷ୍ଠ ସମ୍ପର୍କ ରହିଛି| କହିବାକୁ ଗଲେ, ଆଜିର ରାଜନୈତିକ ପ୍ରଚ୍ଛଦପଟରେ ସେ ସବୁଠାରୁ ଅଧିକ ବିବାଦାସ୍ପଦ ରାଜନୈତିକ ବ୍ୟକ୍ତିତ୍ବ| ତେବେ ଏହା ବି ସତ୍ୟ ଯେ ସେ ଆଜିର ପରିସ୍ଥିତିରେ ସବୁଠାରୁ ଲୋକପ୍ରିୟ ରାଜନେତା| ଭାରତୀୟ ରାଜନୀତିରେ ଏହା ଖୁବ୍ କ୍ବଚିତ୍ ଦେଖାଯାଇଛି| ସାମ୍ପ୍ରତିକ ରାଜନୈତିକ ଅବସ୍ଥାରେ, ଯେତେବେଳେ ଦୁର୍ନୀତି ଏବଂ ଅପାରଗତା ପାଖାପାଖି ପ୍ରତ୍ୟେକ ଦଳ ଓ ନେତାଂକୁ ଜନସାଧାରଣ୍ଂକ ଆଖିରେ ଖୁବ୍ ଅପ୍ରିୟ କରି ରଖିଛି, ଏହା ସ୍ବାଭାବିକ ଯେ ଜଣେ ବ୍ୟକ୍ତି ଯିଏ ନିଜର ବ୍ୟକ୍ତିତ୍ବ, ଦୃଢ ବିଶ୍ବାସ, ନିର୍ଣ୍ଣାୟକ ନେତୃତ୍ବ ଏବଂ ସଚ୍ଚୋଟ ଶାସନ ଦ୍ବାରା ଗୁଜରାଟ୍ ରାଜ୍ୟକୁ ଅନ୍ତଃରାଷ୍ଟ୍ରିୟ ମାନଚିତ୍ରରେ ଏକ ଖୁବ୍ ଗୁରୁତ୍ବପୁର୍ଣ ସ୍ଥାନ ଦେବାରେ ସକ୍ଷମ ହେଇପାରିଛନ୍ତି, ସେ ଭାରତର ସାମୁହିକ ଜନମାନସରେ ନିଜ ପାଇଁ ଏକ ଅଲଗା ସ୍ଥାନ ସୃଷ୍ଟି କରିପାରିଛନ୍ତି| ଲୋକପ୍ରିୟତାର ମାପକାଠିରେ ସେ ନିରନ୍ତର ଉପରକୁ ଉଠି ଚାଲିଛନ୍ତି| ଅନ୍ୟ ପକ୍ଷରେ କଂଗ୍ରେସ୍ ପାର୍ଟି ବଂଶବାଦର ପରମ୍ପରା ଅନୁଯାୟୀ ଯୁବରାଜ ରାହୁଲଂକୁ ରଣକ୍ଷେତ୍ରରେ ପ୍ରବିଷ୍ଟ କରିଛି|

କ୍ରମଶଃ..